ନୁଆଁଖାଇ
-ହେଲୋ, କିଏ? ମାଁ?
-ହଁ ବେଟା .
-ମାଁ, ଜୁହାର ଗୋ .
-ଆୟୁସମାନ୍ ହେଇଥା ବା , ତୁଇ ଭଲ ଅଛୁ ବାବୁ?
-ହଁ ଗୋ ମା , ମୁଇଁ ଭଲ ଅଛେଂ. ତୁଇ କେନତା ଅଛୁ?
-ମୁଇଁ ବି ଭଲ ଅଛେଂ ବା.
-ବାପା କହୁ ଥିଲେ ଜେ ତୋର ଦିହି ଭଲ ନାଇନ ବଲି, ଫେର ତୁଈ କେନତା କହୁଛୁ ଭଲ ଅଛେଂ ବଲି?
-ହଏ ବୋ, ଈ ବୁଢୀ ବଏସ୍ ରେ ଆର ଜୁଆନ୍ ବେଲର ତାକତ୍ ରହେବା କାଏଁ , କେତେ ବେଲେ କେନତା ଗୋଡ଼ ହାଥ୍ ଫୁଲି ଯାଉଛେ,ପୁରୁନା ବାତ ବେମାରୀ ତ ଅଛେ , ସେଥିର ଲାଗିର ଘାଏ ଘାଏ ଫୁଲି ଯାଉଛେ . ଯେ ତୁଇ ଚିନ୍ତା ନାଇ କରବୁ ବା, ମୁଇଁ ଇନେ ଠିକ ଅଛେଂ.
- ତତେ ଲସମ୍ ଖାଂସୀ ହେଇଛେ କାଏଁ , ତୋର ଟୁଣ୍ଡ୍ ହେନ୍ତା କେନତା ସୁଭୁଛେ?
- ନାଇ ଗୋ, କାଲି ରାତି ରେ ଆମର ଅଫିସ୍ ରେ ପାର୍ଟି ଥିଲା , ସାରା ରାତି ନାଇ ସୁଇ ବଲି ହେନ୍ତା ସୁଭୁଛେ.
- ହଁ ବା , ଦେଖି କରି ଚଲୁଥିବୁ, ହେତକୀ ଦୁରେ ଅଛୁ, ଦିହିପାହା ହେଲେ କିଏ ଅଛେ? ତୋର ଲାଗିର ତ ବଡା ଚିନ୍ତା ଲାଗସି ବେଟା.
- ନାଇ ଗୋ ମା , ମୁଇଁ ଇନେ ଭଲ ଅଛେଂ.
- ଭଗବାନ୍ କରୁନ ବା , ତୁଇ ସବୁ ବେଲେ ଭଲେ ଥା . ଇଥର ବନେ ଦିନ ହେଇ ଗଲାନ ତୋର ଯିବାର ଟା, ତତେ ଖୁଜା ଲାଗ୍ ଲାନ .
- (ପୁଅ ତୁମ ରହିଛେ)
- ଇଥର ନୁଅଖଇ କେ ସମସ୍ତେ ଗାଁକେ ଆସବେ ବଲି କହିଛନ୍. ବନେ ଦିନ ହେଲାନ ଆମର ଘରେ ନୁଆ ନାଇ ଖାଏବାର ତାଏଲ . କେଭେ ସଭେ ଏକା ସଂଗେ ମିସି ପାରଲେତ ନୁଆ ଖାଏମା .
- 3 ବରସ୍ ତଲେ ନୁଆ ଖାଇ ଥିଲାଂ କାଏଁ ଜେ?
- ହଁ ବେଟା , 3 ବରସ୍ ତଲେ ନୁଆ ଖାଇ ଥିଲାଂ, ହେଲେ ନୁଆଖାଇ କେ ନାଇ, ତୁଇ ଦସରା ମାସେ ଆସିଥିଲୁ ଯେତେ ବେଲେ ସେତେ ବେଲେ ନୁଆ ଖାଇ ଥିଲାଂ.
- ହଁ ହଁ , ଠିକ କହେଲୁ.
- ତୋର ସବୁ ସାଂଗ୍ ସରସା ମାନେ ଇଥର ନୁଆଖାଇ କେ ଗାଁ କେ ଆଉଛନ୍. ତୁଇ ବି ଆ ନାଇ ଜେ ବେଟା?
- କେଭେ ପଡୁଛେ ଜେ ନୁଆଖାଇ ଈ ବଚ୍ଛର?
- ଅଗସ୍ଟ୍ ମାସର 25 ତାରିକ୍ ରେ ପଡୁଛେ. ତୁଇ ଆସଲେ ଆମେ ସମସ୍ତେ ଏକା ସଂଗେ ମାନତା.
- ହଁ ମା, ଦେଖମି. ଆମର ଇନେ ଚାକରି ବାକରି ର କଥା ତ ଜାନିଛୁ , ଟିକେ ଇଫାଲ୍ ସେଫାଲ୍ ହେଲେ ଟୋପୋ କିନା ଚାକିରି ରୁ ବାହାର କରି ଦଉଛନ . ସେଥିର ଲାଗି କାହିଁ ନାଇ ଖସରୀ ପାରବାର. ତାରପରେ ମୋର ଛୁଟି ବି ବେସୀ ଦିନ ନାଇନ. କେନତା କରମି ଜେ ନାଇ ଜାନୀ ପାରବାର .
(ଟିକେ ବେଲ ତୁମ ପଡଲା) ମା, ଗଲା ମାସ ମୁଇଁ ଗୁତେ ସାଲ ପଠେଇ ଦେଇ ଥିଲି ପାଏଲୁ କେଁ?
- ହଁ ରେ ବା , ତୋର ପଠାଲା ସାଲ ପାଏଲୀ, ହେଲେ ଇହାଦେ ତ ସିତ୍ ମାସ୍ ନାଇସେ ହେତିର ଲାଗିର ଉଢି ନାଇ ହେବାର. ତୁଇ ଡାକଘରେ କାଏଁ କରି ପଠଉ ଥିଲୁ, ନୁଆଖାଇ କେ ଆଏଲା ବେଲକେ ଧରି କରି ନାଇ ଆଇ ଥିତୁ?
- (ଘଡେ ତୁମ) ଠିକ୍ ସମିଆ ରେ ମୁଇଁ ବେଂକ୍ ଲୋନ୍ ଟେ ଭି ନେଇଛେ. ମାସକ ମାସ୍ ତାର କିସ୍ତି ସୁଝଲେ ଯାଇ. ଛୁଟି ନେଲେ ମୋର ଦରମା କଟି ଯିବା, କେନତା କରସିଂ ଜେ?
- ଏ ବୁଆ, ତୁଇ କାଏଁ କରି ରେ ବାବୁ ବେଂକ୍ ରୁଣ ନେଲୁ?
- ଇନେ ଘର ଟେ ଘିନମି ବଲି ଗୋ ମା?
- ବଏଲେ ହେନେ ତୁଇ ଘର ଘିନଲୁ ନ? ହେନେ ସବୁ ଦିନ ରହେବୁ ଭାଏଲ?? ଇଆଡେ ନାଇ ଫିରୁ ନ ଆର??? ଆମର ଗାଁର ଏଡେ ବଡ଼ ଘର,କିଏ ରହେବା ରେ ବାବୁ?
- ନାଇ ଗୋ ମା, ଆଗର କଥା ଆଗକେ ଦେଖମା. କେନେ ରହେମି ଜେ ପଛେ ଦେଖମା.
- ହଉ ବାବୁ, ଦେଖ ତୋର ଜେନତା ସୁବିଧା ହଉଛେ. ବଏଲେ ତୁଇ କେତେ ଦିନ ଆଗରୁ ଆସବୁ ନୁଆଖାଇ ର?
- ମାଁ, ମତେ ନାଇ ଲାଗବାର ଗୋ ଈ ବରସ ନୁଆଖାଇ ରେ ମୁଇଁ ଆସି ପାରମି ବଲି. ହେଲେ ଆର ବରସ ନିସ୍ଚେ ଆସମି, ଏଭନୁ ଛୁଟି ମାଗି ଦେମି.ଇଥର ମୋର ବିନା ତମେ ନୁଆ ଖାଇ ଦେଇଥ.
-(ଘଡେ ତୁମ ପଡଲା) ହଁ ରେ ବା, ବିନା ପୁଓ ରେ ଘରେ କେଭେ ନୁଆ ଖିଆ ହେଲାନ ? ମୋର ଆଏଂଖ୍ ପିତଲେଇ ଗଲାନ ବାବୁ ତତେ ଦେଖମି ବଲି . କିଏ ଜାନେ କେଭେ ଦେଖମି କି ଆର ଈ ଜିବନ୍ ରେ ଦେଖି ପାରମି କି ନାଇ ଜେ.
- ହେନତା କଥା କେନତା କହୁଛୁ ଗୋ ମାଁ? ମୋର ମୋବାଇଲ୍ ର ପଏସା ସରି ଆସ୍ ଲାନ , ରଖୁଛେଂ, ନୁଆଖାଇ ଦିନ ସୁବିଧା ହେଲେ ଫୋନ୍ କରମି.
- ଠିକ ଅଛେ ବା, ତୋର ଦିହି ପାନୀ ର ଖିଆଲ୍ ନଉଥିବୁ. ଖିଆପିଆ ଠିକ କରୁ ଥିବୁ.
- ହଉ ରଖୁଛେଂ , ଜୁହାର.
- ଆୟୁସମାନ୍ ହେଇଥା ବେଟା , ଭଗବାନ୍ ତୋର ସବୁ ଭଲ କରୁନ .
------------------
ପ୍ରେମ ନେପାକ୍ - ଅକଲାଣ୍ଡ୍, ନିଉଜିଲାଣ୍ଡ୍
No comments:
Post a Comment