Sunday, October 18, 2009

Kardi / Hendua - Bamboo Shoot

ଦରଦ୍ (fresh) କରଡି ହଉ କି କାଂଜି କରଡି (pickled kardi), କରଡି ସବୁ  ବେଲେ ବଢିଆ  ଲାଗସି. ଜେନ ମାନେ କେଭେ ନାଇ ଖାଇ ସେମାନେ ଇତାର ମଜା ନାଇ ପାଇ ପାରନ୍. ମୁଇ ଆଗରୁ ଯେତେ ବେଲେ  ଭୁବନେସର ରେ ରହୁ ଥିଲି ଆର କରଡି କଥା କହୁ ଥିଲି, ସେମାନେ ମୋର ବନେ ଫେତରି କରୁ ଥିଲେ, କହୁ ଥିଲେ ତମେ କନ୍ଧ ମାନେ ବାଉଂଶ କେ ବି ଖାଇ  ଦଉଛ ବଲି. ହେଲେ ମୁଇଁ ସବୁ ବେଲେ ଭାବୁଥିଲି, ତମେ ସଲେ ନାଇ ଖାଏଲା ତକ୍ ନାଇ ଜାନୀ ପାର ବଲି.

ହେଲେ ମୋର ମନ ଭିତରେ ଗୁଟେ କଥା ଆଉଥିଲା, ଜେ  କରଡି  ଟା  ଆମର ଇ କୋସଲ୍ ଏରିଆ ଛାଡି ଦେଲେ ଆର କିଏ ଖାଏସି ବଲି. ଭାରତ୍ ରେ ବନେ ଜାଗା ବୁଲି ଥିଲି ହେଲେ କେଭେ କିଏ ଖାଏବାର ଟା ନାଇ ଦେଖି ଥାଇ.

ହେଲେ ତୀନ୍ ବରସ୍ ତଲେ (୨୦୦୬) ମୁଇଁ ଯେତେ ବେଲେ ଇନକେ ଆସଲି, ଦିନେ ଗୁଟେ ଥାଇ ରେସ୍ତୁରାନଟ୍ (Thai Restaurant) କେ ଖାଇ ଗଲୀ. ସେନେ ଗୁଟେ ତରକାରୀ ଖାଏଲି ଆର ଗୁଟେ ଜିନିସ୍ ସେଥିରେ ପାଏଲି ଯାହାର ଟେସ୍ଟ୍ ମତେ ଚିନହଲା ଚିନହଲା ବାଗିର ଲାଗଲା. ସମ୍ହଲେଇ  ନାଇ ପାରଲି ଆର ରେସ୍ତୁରାନଟ୍ ବାଲା କେ ପଚାରଲି ଇଟା କାଣା ବଲି, ସେ ବଏଲେ ବମ୍ବୁ ଶୂଟ୍  (Bamboo shoot). ଖିଏ ବମ୍ବୂ ଶୂଟ୍, ଇଟାତ ଅମର  କରଡି ଆଏ.

ସତ କହେଲେ କରଡି ଟା ଏସିଆନ୍ ମାନେ ବହୁତ୍ ଖାଏସନ୍. ତାର ପରେ ମୁଇଁ ଟିକେ ଖୁଜା ଖୁଜି କଲା ପରେ ପରଛା କଥା ଜାନଲି. ଇନେ ବି ମୁଇଁ କରଡି ଘିନି କରି ଖାଇ ପାରୁଛେଂ, ହେଲେ ଆମର ସେନେ କରଡି କେ ସୁତା ସୁତା ବାଗିର ଲମ୍ ଲମ୍ କରି କାଟି ଥିସନ୍ ହେଲେ ଇନେ ଚେପଟା ଚେପଟା କରି କାଟି ଥିସନ୍.

ମୋର ଆଗର ଅଫିସ୍ ରେ ଗୁଟେ ଚାଇନିଜ୍ ଟେ ଥିଲା, ତାହାକେ ଦିନେ ବମ୍ବୂ ଶୂଟ୍ କେ ଆମେ କେନତା ସୁଖେଇ କରି ହେଂଡୁଆ କରସୁଁ କହେଲି. ସେ ତାର ଆର ଦିନ ମୋର ଲାଗି ହେଂଡୁଆ ନେଇ କରି ଆସଲା, ତାର ମାନେ ଇଟା ଆଏ ଜେ ହେଂଡୁଆ ଟା ଚାଇନିଜ୍ ମାନେ ବି ଖାଏସନ୍. (ମାଫ୍ କରବେ, କାଁଏ ନାଁ ଟେ କହି ଥିଲା ପାସରି ଦେଲିନ.)

ତ କରଡି ଆର ହେଂଡୁଆ ବାହାରେ ଭି ଲୋକ ଖାଏସନ୍ ଆର ଇତାର ମହାତ୍ମା ଲୁକେ ଜନିଛନ୍. ହେଲେ ଯାହା କହେଲେ ବି ଆମର ଆଡର କରଡି ଆର ହେଂଡୁଆ ମିତାଲ୍ ନାଇ ଲାଗେ. (କାରନ୍ ସେଟା ନିଜର ମାଏଟ୍ ମା ର ଜିନିସ୍ ନାଇସେ).

କେଭେ ଯଦି କିଏ କରଡି ବିସେ ଥି କହେଲା ତାହେଲେ ଇ ଲିନକ୍ ଟା ଦେଇ ଦେଲେ ଭଲ ଭାବେ ବୁଝି ପାରବେ.

http://en.wikipedia.org/wiki/Bamboo_shoot

ଜୁହାର.
ଜୟେ ମା କୋସଲ୍

3 comments:

Sourav Satyajit Mishra said...

Agan, muin ita kardi bhendi khata khuju thi google re..apannkar e blog re dekhli te badhiya lagala..Muin Balangir ru aaise, muin janichen kardi re taste..khali kardi bhendi khatta aar bhaat bhi hele maza asi jaisi..
padhi kari bahut bhal lagala ki jaa hue lok mane achen jen mane kardi bhal paisen..nahale muin te bahut lok manke dekhsin ki kardi bhal nai lage..
kardi r taste nain karle kana bhal lagaba ?
:)

Prem Nepak said...

Thanks. Muin ebe jai apankar comments dekhli.

SANDEEP NAYAK said...

superb article :)


This is for you

https://www.instagram.com/p/BDKv-BASIiI/?taken-by=sandeepnyk