Monday, August 24, 2015

Nuakhai 3


Friday, January 25, 2013

Happy Republic Day

ସରି ସରି  ଆଉଥିବାର  ସିତ୍ ଦିନେ ପଂହତିଆ  ପଂହତିଆ  ରୁ ଉଠିକରି ଆଘୋ ପ୍ରଭାତ୍ ଫେରି | ତାର ପରେ ଘର କେ ଆସିକରି ନୁଆଁ ମାଟିଆ ପେଂଟ୍ ଆର ଧୋବ୍ ସାର୍ଟ ପିନ୍ଧି କରି ଇସ୍କୁଲ୍ ରେ ହାଜର |  ଇସ୍କୁଲ୍ ରେ ପତାକା ଉତ୍ତୋଲନ୍, ହେଡ୍ଆଜ୍ଞାକର ଭାସନ୍, ତାର ପରେ ଲେଫଟ୍ ରାଇଟ୍, କଦମ୍ ତାଲ୍. ଗାଁର  ସବୁ ଇସ୍କୁଲ୍ ର ଛୁଆ ମାନକର ସାଂଗେ ମିସି କରି ଗାଁ ପରିକ୍ରମା |  ଜଏ ଯବାନ୍ ଜଏ କିସାନ୍, ବନ୍ଦେ ମାତରମ୍, ମାହାତମା ଗାନ୍ଧୀ କି ଜଏ ଆର କେଥନେଇ କେତେ ସ୍ଲୋଗାନ (ଟନ୍ଟୀ ବସଲା ତକ୍) | ତାର ପରେ ପଂଚାୟତ୍ ରେ ସମସ୍ତେ ହାଜର, ଗାଁ ର ସମସ୍ତେ, ଆର ସବୁ ଇସ୍କୁଲ୍ ର ଛୁଆ | ପତାକା ଉତ୍ତୋଲନ, ଭାସନ୍ ବାଜି. ହେଲେ ସବୁନୁ ଜେନ ଜିନିସ୍  କେ ଟାକିଥିସୁଁ ସେଟା ହେଲା "ବୁନ୍ଦି ଦନା".| ଛୁଆ ମାନକର ସାଂଗେ ଧାଡି ରେ ବସି କରି ଦନେ ଦନେ ବୁନ୍ଦି | ବହୁତ୍ ମିଠା | ଆଜି ବି ସେ ମିଠା ସୋର ପଡୁଛେ|    


କାହିଁ ଗଲା ସେ ଦିନ ??


ବନ୍ଦେ ମାତରମ୍| 


Happy Republic Day.

Monday, December 3, 2012

Nuakhai 2


ନୁଆଖାଇ
ଘରଟା ମଡା ପିଠାର ବାସନା ରେ ମହକୀ ଯାଉଛେ | ମାଁ, ବଡ଼ମା, କାକୀ, ବହୁ ସମସ୍ତେ ରନ୍ଧାଘରେ ଠୁଲ୍ | ବନେ ଦିନ ଉତାରୁ ଘରେ ଭିଡ଼ ଜମିଛେ | ଘରେ ଆଜି ସମସ୍ତେ ଖୁସ୍ | ବନେ ଦିନ ଉତାରୁ ଆଜି ଘରେ ନୁଆଖାଇ ହଉଛେ | "ନୁଆଖାଇ ଯୁହାର ,  ନୁଆଖାଇ ଯୁହାର " - ଯିଏ ଯାହାକେ ଦେଖଲେ କହୁଛନ୍ | କେତେ ଉସତ୍ ଲାଗୁଛେ, ଆଜି ନୁଆଖାଇ, କେତେ ରକମର ଖାନା ମିଲବା |

ଟିଂଗ୍ ଟିଂଗ୍ଟିଂଗ୍ ଟିଂଗ୍  --- ଘଡି ରେ ଅଲାର୍ମ୍ ବାଜଲା | କେଡେ ସୁନ୍ଦର ସପନ୍ ଦେଖୁଥିଲି, ଭାଂଗୀଗଲା | ଏତକୀ ଦୁରେ ଥାଇ କରି ବି ଆଜି ନୁଆଖାଇ ସପନ୍ ଦେଖୁଛେଁ

ସେଆଡୁ ମିସେସ୍ ରଡିକରି ପଚରାଲେ - "ହଏଗୋ, ଆଜି ଲଂଚ୍ ରେ କାନା ନେବ? ପାସ୍ତା କି ନୁଡୁଲସ୍ ?"  


-       ପ୍ରେମ ନେପାକ୍ 

Wednesday, October 27, 2010

Matrubasha - ମାତୃଭାସା


ପହେଲା ଥର ମୁଇଁ ନିଉଜ଼ଲାଣ୍ଡ୍ ରୁ ଘରକେ ଫିରୁଥାଏଁ |   ଦିଲ୍ଲୀ ନୁ ରାୟପୁର ଉଡାଜାହାଜ୍ ରେ ବସଲୀ | ଲାଗୁଥାଏ ଆର କେତେ ସମିଆ ଲଗବା ମୋର ଘରକେ ପହଂଚିବାର ଲାଗିର |  ମୋର ତରା ସିଟ୍ ନ ଆର ଜନେ ବାବୁ ବସଲେ, ପୁରା ସୁଟ୍ ବୁଟ୍ ଫିଟ୍ ଫାଟ୍ | ମୁଇଁ ହିନ୍ଦୀ ରେ ପଚାରଲୀ କେନକେ ଯିବେ ବଲି | ଆଜ୍ଞା ମତେ ସାଂଗେସାଂଗ୍ ଇଂଗଲିଶ୍ ରେ ଉତ୍ତର ଦେଲେ | ମତେ ଟିକେ ଅଡୁଆ ଲାଗଲା, ଆରେ ମୁଇଁ ତ ହିନ୍ଦୀ ରେ ପଚାରଲୀ ସେ ହିନ୍ଦୀ ରେ ଉତ୍ତର ଦେଇଥିତେ, ହେଲେ ମତେ ଇଂଗଲିସ୍ଜ୍ ରେ ଉତ୍ତର ଦେଲେ | ତାର ପରେ ସେ ମୋର ସାଂଗେ କଥା ବାର୍ତା ହେବାର ଆରମ୍ଭ୍ କଲେ | ମୁଇଁ ବି ଯେତେ ଫଟାତୁତା ଇନ୍ଗଲିଶ୍ ଜାନିଥିଲି ସେଥି  କାମ୍ ଚଲେଇ ଦେଲୀ | କଥାର ସୁରେ ମୁଇଁ ଜାନଲୀ ଯେ ସେ ଆମର ସୁନ୍ଦରଗଡ଼ ର ଲୋକ. ମୁଇଂ ପଚାରଲୀ ଆଜ୍ଞା ସମ୍ବଲପୁରୀ ଜାଣିଛନ୍? ସେ ସାଂଗେସାଂଗ୍ ହଁ କହେଲେ |  ସଂଗେସଂଗ୍ ଲାଗଲା ଅମର ଦୁହୀ ଲୁକର ଭିତରେ ଜେନ ଅନଜାନାପନ ଥିଲା କେନ ଆଡ଼କେ ଭାଗଲା|ତାର ପରେ ଆମେ ଦୁହେ କୋସଲୀ ଭାସା ଥୀ କଥା ହେଲୁଁ | ମତେ ଲାଗଲା ମୁଇଁ ମୋର ମା ମୋର ଗାଁ ର ପାଖକେ ପାଖକେ ହେଲିନ.
ରାୟପୁର ନୁ ମୁଇଁ ଫେର ରେଲ୍ ଧରଲୀ ବଲାଂଗିର ଲାଗିର. ଛତିସ୍ ଗଡ ର ଏରିଆ ଡେଗଲା ପରେ ଗୁଡାଦୁ କଲେଜ୍ ପିଲା ମୋର କମ୍ପାଟମେନ୍ଟ୍ କେ ପସଲେ. ସେମାନେ ହିନ୍ଦୀ ନେ କଥା ବାର୍ତା ହଉଥାଆନ୍. ହେଲେ ତାଂକର କଥା ସୁନୀ କରି ମୁଇଁ ଜାନଲୀ ଯେ ସେମାନେ ହିନ୍ଦୀ ପିଲା ନାଇସେ ବଲି. କiରନ୍ କଥା କଥା ରେ ସେମାନେ ଗୁଟେ ଗୁଟେ କୋସଲୀ ଭାସା ର ସବଦ୍ ବେଭାର କରୁ ଥାଆନ୍. ସେମାନକୁ ମୁଇଁ କୋସଲୀ ଭାସରେ ପଚାରଲୀ କେନର ଆଏ ବଲି. ଜାନଲୀ ଯେ ସେମାନେ ହେଲେ ନୁଆପଡା ର ଆର ସମ୍ବଲପୁର ଯାଉଛନ. ସମ୍ବଲପୁରୀ ଜାନିଛ କି ନାଇ ବଲି ପ୍ରସନ ଟେ କଲି. ସମସ୍ତେ ଜାନିଛୁଁ ବଲି କହେଲେ| ହେଲେ ତାର ପରେ ଫେର ସେମାନେ ହିନ୍ଦୀ ରେ କଥା ହେବାର ଆରମ୍ଭ୍ କରି ଦେଲେ |
କିଛି ସମିଆ ପରେ ଟିଟଲାଗଡ ପହଂଚିଲା. ମୋର ଛୁଆ ଦିନର ସାଁଗ୍ ଅସିତ୍ ମତେ ଟେସନ୍ ନ ଟାକି ଥାଏ. ଆଗରୁ ଫୋନ୍ ରେ କଥା ହେଇଥିଲୁଁ, ସେଥିର ଲାଗି ସେ ମତେ ଟିଟଲାଗଡ ରୁ ବଲାଂଗିର ସାଁଗ୍ ଦେବାର ଲାଗି ଟ୍ରେନ୍ ରେ ଚଢଲା. ଅସିତ୍ ମତେ ପଚାରଲା "ବାବୁ, ଚାହା ପିଇବୁ କାଏ ବୋ?" ବନେ ବେଲ ହେଇଥିଲାନ, ଚାହା କେ ମନ ଡାକଲା, ହଁ ବଏଲୀ. ଚାହାବାଲା ବି ହିନ୍ଦୀ ରେ ଜବାବ୍ ଦେଲା ଆମର କୋସଲୀ ଭାସାର ଉତ୍ତର ରେ | ଯାହା ହଉ ବେସୀ ନାଇ  ଦୁଇ ଘଣ୍ଟା ନ ଲେଟ୍ ହେଇ କରି ଟ୍ରେନ୍  ଠିକ ଭାବେ ବଲାଂଗିର ଟେସନ୍ ନ ଲାଗଲା | ଗାଁ ରୁ ବଡ଼ ଦାଦା ନେଇ ଆଇଥାଏ, ତାର ସଂଗେ ଗାଁ କେ ଗଲୀ. 

ଦୁଇ ତିନ ଦିନ ପରେ ମତେ ସମ୍ବଲପୁର ଯିବାର ପଡଲା | ମୁଦିପରା ର ଗୁଟେ ପାନ ଦୁକାନ୍ ଥୀ ପାନ ଭଂଗେଇ କରୁଥାଏ, ଆର ଜନେ ବାବୁ ଆଏଲେ ଆର ହିନ୍ଦୀ ରେ ଝାଡଲେ "ହଏବୋ, ଦୋ ପାନ ଲଗା ଦେ ଜଲଦୀ, ମୁଝେ ଅରଯେଂଟ୍ ଜାନା ହେ". କଥା ରୁ ଜାନଲୀ କଂଚା ସମ୍ବଲପୁରିଆ ବଲି. ଟିକେ ନିରଲଜିଆ ହେଇ କରି ପଚାରଲୀ, "ତମେ ଆମର କୋସଲୀ ଭାସା ଜାନିଛ କି ନାଇ? ଆର ଯଦି ଜାନିଛ ତାହେଲେ ଈ ହିନ୍ଦୀ କାଁ କରି କହୁଚ୍ଛ?" ମୋର କିସମତ୍ ଭଲ ଥିଲା ବଧେ, ବାବୁ ଜନକ ମତେ ନାଇ ପିଟାମରା କଲେ ଆର ଭଦ୍ର ଭାବରେ ଉତ୍ତର ଟେ ଦେଲେ "ଆଜ୍ଞା ଇଟା ଆମର ନୁଆ  ସ୍ତାଇଲ ଆଏ". 

ସତ କଥା ଆଜି କାଲି ଆମେ ଆମର ଭାସା କେ ଛାଡି କରି ଅଲଗା କାର ଭାସା ରେ କଥା ହେବାର ଟା ଗୁଟେ ସ୍ତାଏଲ୍ କରିଛୁଁ. ଆମକୁ ଆମର ମାତୃଭାସା ରେ କଥା ହେବାର କେ ଲାଜ୍ ଲାଗୁଛେ | ହେଲେ ଯଦି ଆମେ ଇ ପରକାର ର ଚିନ୍ତାଧାରା ରଖମା ତାହେଲେ ଆମର ଈ ମାତୃଭାସା ବହୁତ୍ ଜଲଦୀ ଉଭାନ୍ ହେଇ ଯିବା. 

ପ୍ରେମ ନେପାକ୍
ଲଛିପୁର, ସୋନପୁର 
ଅକଲାଣ୍ଡ୍, ନିଉଜଲାଣ୍ଡ୍ 

Sunday, October 18, 2009

Kardi / Hendua - Bamboo Shoot

ଦରଦ୍ (fresh) କରଡି ହଉ କି କାଂଜି କରଡି (pickled kardi), କରଡି ସବୁ  ବେଲେ ବଢିଆ  ଲାଗସି. ଜେନ ମାନେ କେଭେ ନାଇ ଖାଇ ସେମାନେ ଇତାର ମଜା ନାଇ ପାଇ ପାରନ୍. ମୁଇ ଆଗରୁ ଯେତେ ବେଲେ  ଭୁବନେସର ରେ ରହୁ ଥିଲି ଆର କରଡି କଥା କହୁ ଥିଲି, ସେମାନେ ମୋର ବନେ ଫେତରି କରୁ ଥିଲେ, କହୁ ଥିଲେ ତମେ କନ୍ଧ ମାନେ ବାଉଂଶ କେ ବି ଖାଇ  ଦଉଛ ବଲି. ହେଲେ ମୁଇଁ ସବୁ ବେଲେ ଭାବୁଥିଲି, ତମେ ସଲେ ନାଇ ଖାଏଲା ତକ୍ ନାଇ ଜାନୀ ପାର ବଲି.

ହେଲେ ମୋର ମନ ଭିତରେ ଗୁଟେ କଥା ଆଉଥିଲା, ଜେ  କରଡି  ଟା  ଆମର ଇ କୋସଲ୍ ଏରିଆ ଛାଡି ଦେଲେ ଆର କିଏ ଖାଏସି ବଲି. ଭାରତ୍ ରେ ବନେ ଜାଗା ବୁଲି ଥିଲି ହେଲେ କେଭେ କିଏ ଖାଏବାର ଟା ନାଇ ଦେଖି ଥାଇ.

ହେଲେ ତୀନ୍ ବରସ୍ ତଲେ (୨୦୦୬) ମୁଇଁ ଯେତେ ବେଲେ ଇନକେ ଆସଲି, ଦିନେ ଗୁଟେ ଥାଇ ରେସ୍ତୁରାନଟ୍ (Thai Restaurant) କେ ଖାଇ ଗଲୀ. ସେନେ ଗୁଟେ ତରକାରୀ ଖାଏଲି ଆର ଗୁଟେ ଜିନିସ୍ ସେଥିରେ ପାଏଲି ଯାହାର ଟେସ୍ଟ୍ ମତେ ଚିନହଲା ଚିନହଲା ବାଗିର ଲାଗଲା. ସମ୍ହଲେଇ  ନାଇ ପାରଲି ଆର ରେସ୍ତୁରାନଟ୍ ବାଲା କେ ପଚାରଲି ଇଟା କାଣା ବଲି, ସେ ବଏଲେ ବମ୍ବୁ ଶୂଟ୍  (Bamboo shoot). ଖିଏ ବମ୍ବୂ ଶୂଟ୍, ଇଟାତ ଅମର  କରଡି ଆଏ.

ସତ କହେଲେ କରଡି ଟା ଏସିଆନ୍ ମାନେ ବହୁତ୍ ଖାଏସନ୍. ତାର ପରେ ମୁଇଁ ଟିକେ ଖୁଜା ଖୁଜି କଲା ପରେ ପରଛା କଥା ଜାନଲି. ଇନେ ବି ମୁଇଁ କରଡି ଘିନି କରି ଖାଇ ପାରୁଛେଂ, ହେଲେ ଆମର ସେନେ କରଡି କେ ସୁତା ସୁତା ବାଗିର ଲମ୍ ଲମ୍ କରି କାଟି ଥିସନ୍ ହେଲେ ଇନେ ଚେପଟା ଚେପଟା କରି କାଟି ଥିସନ୍.

ମୋର ଆଗର ଅଫିସ୍ ରେ ଗୁଟେ ଚାଇନିଜ୍ ଟେ ଥିଲା, ତାହାକେ ଦିନେ ବମ୍ବୂ ଶୂଟ୍ କେ ଆମେ କେନତା ସୁଖେଇ କରି ହେଂଡୁଆ କରସୁଁ କହେଲି. ସେ ତାର ଆର ଦିନ ମୋର ଲାଗି ହେଂଡୁଆ ନେଇ କରି ଆସଲା, ତାର ମାନେ ଇଟା ଆଏ ଜେ ହେଂଡୁଆ ଟା ଚାଇନିଜ୍ ମାନେ ବି ଖାଏସନ୍. (ମାଫ୍ କରବେ, କାଁଏ ନାଁ ଟେ କହି ଥିଲା ପାସରି ଦେଲିନ.)

ତ କରଡି ଆର ହେଂଡୁଆ ବାହାରେ ଭି ଲୋକ ଖାଏସନ୍ ଆର ଇତାର ମହାତ୍ମା ଲୁକେ ଜନିଛନ୍. ହେଲେ ଯାହା କହେଲେ ବି ଆମର ଆଡର କରଡି ଆର ହେଂଡୁଆ ମିତାଲ୍ ନାଇ ଲାଗେ. (କାରନ୍ ସେଟା ନିଜର ମାଏଟ୍ ମା ର ଜିନିସ୍ ନାଇସେ).

କେଭେ ଯଦି କିଏ କରଡି ବିସେ ଥି କହେଲା ତାହେଲେ ଇ ଲିନକ୍ ଟା ଦେଇ ଦେଲେ ଭଲ ଭାବେ ବୁଝି ପାରବେ.

http://en.wikipedia.org/wiki/Bamboo_shoot

ଜୁହାର.
ଜୟେ ମା କୋସଲ୍

Friday, September 11, 2009

Nuakhai

  ନୁଆଁଖାଇ     


-ହେଲୋ, କିଏ? ମାଁ?

-ହଁ ବେଟା . 

-ମାଁ, ଜୁହାର ଗୋ .

-ଆୟୁସମାନ୍  ହେଇଥା  ବା , ତୁଇ  ଭଲ  ଅଛୁ  ବାବୁ?

-ହଁ ଗୋ  ମା , ମୁଇଁ  ଭଲ  ଅଛେଂ. ତୁଇ  କେନତା  ଅଛୁ? 

-ମୁଇଁ ବି  ଭଲ  ଅଛେଂ  ବା. 

-ବାପା କହୁ ଥିଲେ  ଜେ  ତୋର  ଦିହି  ଭଲ  ନାଇନ ବଲି, ଫେର  ତୁଈ  କେନତା  କହୁଛୁ  ଭଲ  ଅଛେଂ  ବଲି?

-ହଏ ବୋ, ଈ  ବୁଢୀ  ବଏସ୍ ରେ  ଆର ଜୁଆନ୍  ବେଲର  ତାକତ୍ ରହେବା କାଏଁ  , କେତେ  ବେଲେ  କେନତା  ଗୋଡ଼  ହାଥ୍  ଫୁଲି  ଯାଉଛେ,ପୁରୁନା ବାତ  ବେମାରୀ  ତ  ଅଛେ , ସେଥିର  ଲାଗିର  ଘାଏ  ଘାଏ  ଫୁଲି  ଯାଉଛେ . ଯେ  ତୁଇ  ଚିନ୍ତା  ନାଇ  କରବୁ  ବା, ମୁଇଁ  ଇନେ  ଠିକ ଅଛେଂ.

- ତତେ  ଲସମ୍  ଖାଂସୀ  ହେଇଛେ  କାଏଁ , ତୋର  ଟୁଣ୍ଡ୍ ହେନ୍ତା  କେନତା  ସୁଭୁଛେ?

- ନାଇ ଗୋ, କାଲି  ରାତି  ରେ  ଆମର  ଅଫିସ୍ ରେ  ପାର୍ଟି ଥିଲା , ସାରା  ରାତି  ନାଇ ସୁଇ  ବଲି  ହେନ୍ତା  ସୁଭୁଛେ. 

- ହଁ  ବା , ଦେଖି  କରି ଚଲୁଥିବୁ, ହେତକୀ ଦୁରେ ଅଛୁ, ଦିହିପାହା ହେଲେ କିଏ ଅଛେ? ତୋର ଲାଗିର ତ ବଡା ଚିନ୍ତା ଲାଗସି ବେଟା. 

- ନାଇ ଗୋ  ମା , ମୁଇଁ  ଇନେ  ଭଲ  ଅଛେଂ. 

- ଭଗବାନ୍  କରୁନ  ବା , ତୁଇ  ସବୁ  ବେଲେ  ଭଲେ  ଥା . ଇଥର  ବନେ  ଦିନ  ହେଇ  ଗଲାନ  ତୋର  ଯିବାର ଟା, ତତେ  ଖୁଜା ଲାଗ୍ ଲାନ  . 

- (ପୁଅ ତୁମ ରହିଛେ)

- ଇଥର  ନୁଅଖଇ  କେ ସମସ୍ତେ  ଗାଁକେ  ଆସବେ ବଲି  କହିଛନ୍. ବନେ  ଦିନ  ହେଲାନ  ଆମର ଘରେ  ନୁଆ  ନାଇ ଖାଏବାର ତାଏଲ . କେଭେ ସଭେ  ଏକା  ସଂଗେ ମିସି  ପାରଲେତ ନୁଆ  ଖାଏମା . 

- 3 ବରସ୍  ତଲେ ନୁଆ ଖାଇ  ଥିଲାଂ କାଏଁ ଜେ?

- ହଁ  ବେଟା , 3 ବରସ୍  ତଲେ  ନୁଆ  ଖାଇ  ଥିଲାଂ, ହେଲେ  ନୁଆଖାଇ  କେ  ନାଇ, ତୁଇ  ଦସରା ମାସେ  ଆସିଥିଲୁ  ଯେତେ  ବେଲେ  ସେତେ ବେଲେ  ନୁଆ ଖାଇ  ଥିଲାଂ.

- ହଁ  ହଁ , ଠିକ କହେଲୁ. 

- ତୋର  ସବୁ  ସାଂଗ୍ ସରସା ମାନେ  ଇଥର ନୁଆଖାଇ  କେ  ଗାଁ   କେ  ଆଉଛନ୍. ତୁଇ  ବି  ଆ  ନାଇ  ଜେ  ବେଟା?

- କେଭେ ପଡୁଛେ ଜେ  ନୁଆଖାଇ  ଈ ବଚ୍ଛର? 

- ଅଗସ୍ଟ୍ ମାସର 25 ତାରିକ୍ ରେ  ପଡୁଛେ. ତୁଇ  ଆସଲେ  ଆମେ  ସମସ୍ତେ  ଏକା  ସଂଗେ ମାନତା.   

- ହଁ ମା, ଦେଖମି. ଆମର ଇନେ  ଚାକରି  ବାକରି ର କଥା ତ ଜାନିଛୁ , ଟିକେ  ଇଫାଲ୍ ସେଫାଲ୍  ହେଲେ  ଟୋପୋ  କିନା  ଚାକିରି ରୁ  ବାହାର  କରି  ଦଉଛନ . ସେଥିର ଲାଗି  କାହିଁ  ନାଇ ଖସରୀ ପାରବାର. ତାରପରେ  ମୋର ଛୁଟି  ବି  ବେସୀ  ଦିନ  ନାଇନ. କେନତା  କରମି  ଜେ  ନାଇ ଜାନୀ  ପାରବାର . 

(ଟିକେ ବେଲ ତୁମ ପଡଲା) ମା, ଗଲା  ମାସ  ମୁଇଁ  ଗୁତେ  ସାଲ ପଠେଇ ଦେଇ ଥିଲି  ପାଏଲୁ  କେଁ? 

- ହଁ ରେ  ବା , ତୋର  ପଠାଲା ସାଲ ପାଏଲୀ, ହେଲେ  ଇହାଦେ  ତ  ସିତ୍ ମାସ୍  ନାଇସେ  ହେତିର  ଲାଗିର  ଉଢି  ନାଇ  ହେବାର. ତୁଇ ଡାକଘରେ  କାଏଁ କରି ପଠଉ ଥିଲୁ, ନୁଆଖାଇ କେ  ଆଏଲା  ବେଲକେ  ଧରି  କରି  ନାଇ ଆଇ ଥିତୁ?

- (ଘଡେ ତୁମ) ଠିକ୍  ସମିଆ ରେ  ମୁଇଁ  ବେଂକ୍ ଲୋନ୍ ଟେ ଭି ନେଇଛେ. ମାସକ ମାସ୍  ତାର  କିସ୍ତି  ସୁଝଲେ  ଯାଇ. ଛୁଟି  ନେଲେ  ମୋର  ଦରମା କଟି ଯିବା, କେନତା କରସିଂ  ଜେ?

- ଏ ବୁଆ, ତୁଇ କାଏଁ କରି  ରେ  ବାବୁ  ବେଂକ୍ ରୁଣ ନେଲୁ?

- ଇନେ ଘର ଟେ  ଘିନମି ବଲି ଗୋ  ମା?

- ବଏଲେ ହେନେ  ତୁଇ  ଘର  ଘିନଲୁ ନ? ହେନେ ସବୁ ଦିନ ରହେବୁ ଭାଏଲ?? ଇଆଡେ ନାଇ ଫିରୁ ନ ଆର??? ଆମର ଗାଁର  ଏଡେ  ବଡ଼  ଘର,କିଏ ରହେବା  ରେ  ବାବୁ?

- ନାଇ ଗୋ ମା, ଆଗର କଥା ଆଗକେ ଦେଖମା. କେନେ ରହେମି ଜେ ପଛେ ଦେଖମା. 

- ହଉ ବାବୁ, ଦେଖ ତୋର  ଜେନତା ସୁବିଧା ହଉଛେ. ବଏଲେ ତୁଇ କେତେ ଦିନ ଆଗରୁ ଆସବୁ ନୁଆଖାଇ ର? 

- ମାଁ, ମତେ  ନାଇ ଲାଗବାର  ଗୋ  ଈ  ବରସ ନୁଆଖାଇ ରେ ମୁଇଁ ଆସି ପାରମି ବଲି. ହେଲେ ଆର ବରସ ନିସ୍ଚେ ଆସମି, ଏଭନୁ ଛୁଟି ମାଗି ଦେମି.ଇଥର ମୋର  ବିନା  ତମେ  ନୁଆ ଖାଇ ଦେଇଥ. 

-(ଘଡେ ତୁମ ପଡଲା) ହଁ ରେ  ବା, ବିନା  ପୁଓ  ରେ  ଘରେ  କେଭେ  ନୁଆ ଖିଆ  ହେଲାନ ? ମୋର  ଆଏଂଖ୍  ପିତଲେଇ  ଗଲାନ  ବାବୁ ତତେ ଦେଖମି  ବଲି . କିଏ ଜାନେ କେଭେ ଦେଖମି କି ଆର ଈ ଜିବନ୍  ରେ ଦେଖି  ପାରମି  କି  ନାଇ  ଜେ. 

- ହେନତା କଥା କେନତା କହୁଛୁ  ଗୋ  ମାଁ? ମୋର  ମୋବାଇଲ୍ ର  ପଏସା ସରି ଆସ୍ ଲାନ , ରଖୁଛେଂ, ନୁଆଖାଇ  ଦିନ ସୁବିଧା  ହେଲେ  ଫୋନ୍ କରମି. 

- ଠିକ ଅଛେ  ବା, ତୋର  ଦିହି ପାନୀ  ର  ଖିଆଲ୍  ନଉଥିବୁ. ଖିଆପିଆ ଠିକ କରୁ ଥିବୁ.

- ହଉ ରଖୁଛେଂ , ଜୁହାର.

- ଆୟୁସମାନ୍  ହେଇଥା  ବେଟା , ଭଗବାନ୍  ତୋର ସବୁ  ଭଲ  କରୁନ . 

------------------
ପ୍ରେମ ନେପାକ୍ - ଅକଲାଣ୍ଡ୍, ନିଉଜିଲାଣ୍ଡ୍ 

Thursday, May 14, 2009

Juhar,
Pakha pakhi barse tale muin Orkut Kosal community re gute question utheithili, Why Maoist in Kosal? hele dukhar katha kihe ee upre pade adhe nai lekhle.

Jadi ee forum re muin Katkiya ku gali deithiti ki, katkiya against re kichhi kahi thiti, tahele bane post asi thita. Sat katha aae, kahele sabku kharap lagba, hele ame ee forum re kenta amar area ra development heba, kenta bhasa ra development heba, amar problem kana, kenta kale se problem solve hei parba, se upre kaam charcha karuchhun. Tarnu ame alga discussion bahut karuchhun.

Nai bhabun je mor start kala topic upre discussion nai kale bali muin ee katha lekhuchhen. Actually amar ee forum ra trend dekhun ar tar pare kahebe muin bhul kahuchhe ki thik.

Kie bhal kala, kie kharap kala, ken unsocial eliment te asikari ine iadu siadu kahele tar sange faltu discussion karbar amar ee forum ra udesh naise. Mor kahebar mane hela, ame constructive discussion kale amar area ra lagir bhal heba.

Hei pare kaha kahake bhal nai lagi pare mor katha.

Hele jaha helebi, ame Kosali, amar bhitre matantar heba hele manantar nahi hue.

Jai Kosal.