Monday, December 3, 2012

Nuakhai 2


ନୁଆଖାଇ
ଘରଟା ମଡା ପିଠାର ବାସନା ରେ ମହକୀ ଯାଉଛେ | ମାଁ, ବଡ଼ମା, କାକୀ, ବହୁ ସମସ୍ତେ ରନ୍ଧାଘରେ ଠୁଲ୍ | ବନେ ଦିନ ଉତାରୁ ଘରେ ଭିଡ଼ ଜମିଛେ | ଘରେ ଆଜି ସମସ୍ତେ ଖୁସ୍ | ବନେ ଦିନ ଉତାରୁ ଆଜି ଘରେ ନୁଆଖାଇ ହଉଛେ | "ନୁଆଖାଇ ଯୁହାର ,  ନୁଆଖାଇ ଯୁହାର " - ଯିଏ ଯାହାକେ ଦେଖଲେ କହୁଛନ୍ | କେତେ ଉସତ୍ ଲାଗୁଛେ, ଆଜି ନୁଆଖାଇ, କେତେ ରକମର ଖାନା ମିଲବା |

ଟିଂଗ୍ ଟିଂଗ୍ଟିଂଗ୍ ଟିଂଗ୍  --- ଘଡି ରେ ଅଲାର୍ମ୍ ବାଜଲା | କେଡେ ସୁନ୍ଦର ସପନ୍ ଦେଖୁଥିଲି, ଭାଂଗୀଗଲା | ଏତକୀ ଦୁରେ ଥାଇ କରି ବି ଆଜି ନୁଆଖାଇ ସପନ୍ ଦେଖୁଛେଁ

ସେଆଡୁ ମିସେସ୍ ରଡିକରି ପଚରାଲେ - "ହଏଗୋ, ଆଜି ଲଂଚ୍ ରେ କାନା ନେବ? ପାସ୍ତା କି ନୁଡୁଲସ୍ ?"  


-       ପ୍ରେମ ନେପାକ୍ 

No comments: