Wednesday, October 27, 2010

Matrubasha - ମାତୃଭାସା


ପହେଲା ଥର ମୁଇଁ ନିଉଜ଼ଲାଣ୍ଡ୍ ରୁ ଘରକେ ଫିରୁଥାଏଁ |   ଦିଲ୍ଲୀ ନୁ ରାୟପୁର ଉଡାଜାହାଜ୍ ରେ ବସଲୀ | ଲାଗୁଥାଏ ଆର କେତେ ସମିଆ ଲଗବା ମୋର ଘରକେ ପହଂଚିବାର ଲାଗିର |  ମୋର ତରା ସିଟ୍ ନ ଆର ଜନେ ବାବୁ ବସଲେ, ପୁରା ସୁଟ୍ ବୁଟ୍ ଫିଟ୍ ଫାଟ୍ | ମୁଇଁ ହିନ୍ଦୀ ରେ ପଚାରଲୀ କେନକେ ଯିବେ ବଲି | ଆଜ୍ଞା ମତେ ସାଂଗେସାଂଗ୍ ଇଂଗଲିଶ୍ ରେ ଉତ୍ତର ଦେଲେ | ମତେ ଟିକେ ଅଡୁଆ ଲାଗଲା, ଆରେ ମୁଇଁ ତ ହିନ୍ଦୀ ରେ ପଚାରଲୀ ସେ ହିନ୍ଦୀ ରେ ଉତ୍ତର ଦେଇଥିତେ, ହେଲେ ମତେ ଇଂଗଲିସ୍ଜ୍ ରେ ଉତ୍ତର ଦେଲେ | ତାର ପରେ ସେ ମୋର ସାଂଗେ କଥା ବାର୍ତା ହେବାର ଆରମ୍ଭ୍ କଲେ | ମୁଇଁ ବି ଯେତେ ଫଟାତୁତା ଇନ୍ଗଲିଶ୍ ଜାନିଥିଲି ସେଥି  କାମ୍ ଚଲେଇ ଦେଲୀ | କଥାର ସୁରେ ମୁଇଁ ଜାନଲୀ ଯେ ସେ ଆମର ସୁନ୍ଦରଗଡ଼ ର ଲୋକ. ମୁଇଂ ପଚାରଲୀ ଆଜ୍ଞା ସମ୍ବଲପୁରୀ ଜାଣିଛନ୍? ସେ ସାଂଗେସାଂଗ୍ ହଁ କହେଲେ |  ସଂଗେସଂଗ୍ ଲାଗଲା ଅମର ଦୁହୀ ଲୁକର ଭିତରେ ଜେନ ଅନଜାନାପନ ଥିଲା କେନ ଆଡ଼କେ ଭାଗଲା|ତାର ପରେ ଆମେ ଦୁହେ କୋସଲୀ ଭାସା ଥୀ କଥା ହେଲୁଁ | ମତେ ଲାଗଲା ମୁଇଁ ମୋର ମା ମୋର ଗାଁ ର ପାଖକେ ପାଖକେ ହେଲିନ.
ରାୟପୁର ନୁ ମୁଇଁ ଫେର ରେଲ୍ ଧରଲୀ ବଲାଂଗିର ଲାଗିର. ଛତିସ୍ ଗଡ ର ଏରିଆ ଡେଗଲା ପରେ ଗୁଡାଦୁ କଲେଜ୍ ପିଲା ମୋର କମ୍ପାଟମେନ୍ଟ୍ କେ ପସଲେ. ସେମାନେ ହିନ୍ଦୀ ନେ କଥା ବାର୍ତା ହଉଥାଆନ୍. ହେଲେ ତାଂକର କଥା ସୁନୀ କରି ମୁଇଁ ଜାନଲୀ ଯେ ସେମାନେ ହିନ୍ଦୀ ପିଲା ନାଇସେ ବଲି. କiରନ୍ କଥା କଥା ରେ ସେମାନେ ଗୁଟେ ଗୁଟେ କୋସଲୀ ଭାସା ର ସବଦ୍ ବେଭାର କରୁ ଥାଆନ୍. ସେମାନକୁ ମୁଇଁ କୋସଲୀ ଭାସରେ ପଚାରଲୀ କେନର ଆଏ ବଲି. ଜାନଲୀ ଯେ ସେମାନେ ହେଲେ ନୁଆପଡା ର ଆର ସମ୍ବଲପୁର ଯାଉଛନ. ସମ୍ବଲପୁରୀ ଜାନିଛ କି ନାଇ ବଲି ପ୍ରସନ ଟେ କଲି. ସମସ୍ତେ ଜାନିଛୁଁ ବଲି କହେଲେ| ହେଲେ ତାର ପରେ ଫେର ସେମାନେ ହିନ୍ଦୀ ରେ କଥା ହେବାର ଆରମ୍ଭ୍ କରି ଦେଲେ |
କିଛି ସମିଆ ପରେ ଟିଟଲାଗଡ ପହଂଚିଲା. ମୋର ଛୁଆ ଦିନର ସାଁଗ୍ ଅସିତ୍ ମତେ ଟେସନ୍ ନ ଟାକି ଥାଏ. ଆଗରୁ ଫୋନ୍ ରେ କଥା ହେଇଥିଲୁଁ, ସେଥିର ଲାଗି ସେ ମତେ ଟିଟଲାଗଡ ରୁ ବଲାଂଗିର ସାଁଗ୍ ଦେବାର ଲାଗି ଟ୍ରେନ୍ ରେ ଚଢଲା. ଅସିତ୍ ମତେ ପଚାରଲା "ବାବୁ, ଚାହା ପିଇବୁ କାଏ ବୋ?" ବନେ ବେଲ ହେଇଥିଲାନ, ଚାହା କେ ମନ ଡାକଲା, ହଁ ବଏଲୀ. ଚାହାବାଲା ବି ହିନ୍ଦୀ ରେ ଜବାବ୍ ଦେଲା ଆମର କୋସଲୀ ଭାସାର ଉତ୍ତର ରେ | ଯାହା ହଉ ବେସୀ ନାଇ  ଦୁଇ ଘଣ୍ଟା ନ ଲେଟ୍ ହେଇ କରି ଟ୍ରେନ୍  ଠିକ ଭାବେ ବଲାଂଗିର ଟେସନ୍ ନ ଲାଗଲା | ଗାଁ ରୁ ବଡ଼ ଦାଦା ନେଇ ଆଇଥାଏ, ତାର ସଂଗେ ଗାଁ କେ ଗଲୀ. 

ଦୁଇ ତିନ ଦିନ ପରେ ମତେ ସମ୍ବଲପୁର ଯିବାର ପଡଲା | ମୁଦିପରା ର ଗୁଟେ ପାନ ଦୁକାନ୍ ଥୀ ପାନ ଭଂଗେଇ କରୁଥାଏ, ଆର ଜନେ ବାବୁ ଆଏଲେ ଆର ହିନ୍ଦୀ ରେ ଝାଡଲେ "ହଏବୋ, ଦୋ ପାନ ଲଗା ଦେ ଜଲଦୀ, ମୁଝେ ଅରଯେଂଟ୍ ଜାନା ହେ". କଥା ରୁ ଜାନଲୀ କଂଚା ସମ୍ବଲପୁରିଆ ବଲି. ଟିକେ ନିରଲଜିଆ ହେଇ କରି ପଚାରଲୀ, "ତମେ ଆମର କୋସଲୀ ଭାସା ଜାନିଛ କି ନାଇ? ଆର ଯଦି ଜାନିଛ ତାହେଲେ ଈ ହିନ୍ଦୀ କାଁ କରି କହୁଚ୍ଛ?" ମୋର କିସମତ୍ ଭଲ ଥିଲା ବଧେ, ବାବୁ ଜନକ ମତେ ନାଇ ପିଟାମରା କଲେ ଆର ଭଦ୍ର ଭାବରେ ଉତ୍ତର ଟେ ଦେଲେ "ଆଜ୍ଞା ଇଟା ଆମର ନୁଆ  ସ୍ତାଇଲ ଆଏ". 

ସତ କଥା ଆଜି କାଲି ଆମେ ଆମର ଭାସା କେ ଛାଡି କରି ଅଲଗା କାର ଭାସା ରେ କଥା ହେବାର ଟା ଗୁଟେ ସ୍ତାଏଲ୍ କରିଛୁଁ. ଆମକୁ ଆମର ମାତୃଭାସା ରେ କଥା ହେବାର କେ ଲାଜ୍ ଲାଗୁଛେ | ହେଲେ ଯଦି ଆମେ ଇ ପରକାର ର ଚିନ୍ତାଧାରା ରଖମା ତାହେଲେ ଆମର ଈ ମାତୃଭାସା ବହୁତ୍ ଜଲଦୀ ଉଭାନ୍ ହେଇ ଯିବା. 

ପ୍ରେମ ନେପାକ୍
ଲଛିପୁର, ସୋନପୁର 
ଅକଲାଣ୍ଡ୍, ନିଉଜଲାଣ୍ଡ୍ 

No comments: